ମଳେହିପଡାରେ ବ୍ଲକ ଓ ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ମଳେହିପଡା ଗ୍ରାମ ପଞ୍ଚାୟତ ଖେଳପଡିଆରେ ବୀର ସୁରେନ୍ଦ୍ର ସାଏ କ୍ଲବ ଆନୁକୂଲ୍ୟରେ ଓ ପଞ୍ଚାୟତର ସମସ୍ତ ଗ୍ରାମର ଖେଳାଳୀ ପ୍ରେମୀ ସହଯୋଗ କ୍ରମେ ଆଜି ବ୍ଲକ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ତିମୁର ଟିମ୍ ରିଆମାଳକୁ ହରାଇ ତିମୁର ଟିମ ଚାମ୍ପିୟନ ହୋଇଥିବା ବେଳେ ଆସନ୍ତା କାଲି ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ସମାଜସେବୀ ତଥା ଜିଲ୍ଲା ବିଜେଡି କୃଷକ ମଞ୍ଚ ସଭାପତି ଇଂ ଚିତ୍ତରଂଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ, ତଥା ଖେଳ ପତାକା ଉତ୍ତୋଳନ କରିଥିଲେ ଏବଂ ଖେଳ ଦ୍ବାରା ବନ୍ଧୁତ୍ବର ସମ୍ପର୍କ ସୁଦୃଢ ହୋଇଥାଏ ବୋଲି ପରିପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ହାବିଲ କୁମାର ସାହୁ, ଅତିରିକ୍ତ ତହସିଲଦାର ବୀରସେନ ବେହେରା, ସମିତିସଭ୍ୟ ଅମୂଲ୍ୟ ପ୍ରଧାନ ଓ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

କମିଟି ସଭାପତି ନୃପଲାଲ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ବେହେରା, ଉପଦେଷ୍ଟା କମିଟିର ସଭାପତି ତଥା ଦେବଗଡ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ତତ୍ତ୍ବବଧାନରେ ହୋଇଥିବା ବେଳେ, ବୃନ୍ଦାବନ ସାହୁ, ରାମଚନ୍ଦ୍ର ବିଶ୍ବାଳ ଓ ପ୍ରଫୁଲ ନାୟକ ଖେଳ ପରିଚାଳନା କରିଥିଲେ। ଆଜିର ବ୍ଲକ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଯୋଗ ଦେଇଥିବା ବେଳେ ରିଆମାଳ ଟିମ ୮ ପଏଣ୍ଟରେ ହରାଇ ତିମୁର ଟିମ ଚାମ୍ପିୟନ ହୋଇଥିଲା।

ଉଦଯାପନୀ ଉତ୍ସବରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ,ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ ଓ କୌଶିକ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ବିଦେଶୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଯୋଗୀନ୍ଦ୍ର ପ୍ରଧାନ କମେଣ୍ଟ୍ରି କରିଥିଲେ। ରାଜେଶ କୁମାର ପ୍ରଧାନ, ସତ୍ୟବ୍ରତ ଦେହୁରୀ, ମୁନସୁନ ପ୍ରଧାନ, ପୌଲସ୍ତି ଦେହୁରୀ, ଉପେନ୍ଦ୍ର ସାହୁ, ଜ୍ୟୋତିନ୍ଦ୍ର ପ୍ରଧାନ, ମବିଲ ସ୍ବାଇଁ, କାଳିଆ ପ୍ରଧାନ, ବାବୁଲି ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଦୀପକ ସ୍ବାଇଁ, କ୍ଷମାନିଧି ସାହୁ, ରାଜେନ୍ଦ୍ର ବେହେରା ସହଯୋଗ କରିଥିବା ବେଳେ ମଳେହିପଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆସନ୍ତା କାଲି ରାଜ୍ୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।