ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ଟ୍ୟାବଲେଟ ବାଣ୍ଟିଲେ ଯୋଗୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କିଛି ମାସ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଏହି ପରିପ୍ରେକ୍ଷୀରେଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଲଖନଊ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ଟ୍ୟାବଲେଟ ବାଣ୍ଟିଛନ୍ତି।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜଣଙ୍କ ଜୀବନରେ ଟେକ୍ନୋଲୋଜିର ମହତ୍ତ୍ୱ କରୋନା ସମୟରେ ଦେଖିବାକୁ ମିଳିଥିଲା। ସ୍ମାର୍ଟଫୋନ ଓ ଟ୍ୟାବଲେଟ ନଥିବାରୁ ପଢ଼ିବାକୁ ଅସୁବିଧା ହେଉଥିବା ପିଲାମାନେ ଅଭିଯୋଗ କରୁଥିଲେ। ସେହି ସମୟରେ ରାଜ୍ୟର ୧ କୋଟି ଯୁବାଙ୍କୁ ଟେକ୍ନୋଲୋଜି ସୁବିଧା ପ୍ରଦାନ କରିବାକୁ ନେଇ ଆମେ ନିଷ୍ପତ୍ତି ନେଇଥିଲୁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଁ ନନେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଗୋଟିଏ ପରିବାର ଚାକିରି ଦେବା ନାଁରେ ଟଙ୍କା ଆଦାୟ କରୁଛି। ପୂର୍ବରୁ ସରକାରୀ ଚାକିରି ପରିବାରବାଦକୁ ପ୍ରାଧାନ୍ୟ ଦେଉଥିଲା। ଚାକିରି ବାହାରିବା ମାତ୍ରକେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଲୋକ ଟଙ୍କା ଆଦାୟ କରିବା ପାଇଁ ବାହାରି ପଡ଼ୁଥିଲେ।