ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ନୂଆଭୂଇଁ ଗ୍ରାମ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ପାଳକୁଦର ଗ୍ରାମର ନକୁଳ ରଣଚୁଳ ଓ ଫକୀର ରଣଚୁଳ। ବଡ଼ଦିନ ପର୍ବ ଉପଲକ୍ଷେ ନୁଆଁ ଭୂଇଁ ଗ୍ରାମସ୍ଥିତ ଗୁଡ଼ ନିୟୁଜ ଇଣ୍ଡିଆ ଅନାଥ ଆଶ୍ରମରେ ରହୁଥିବା ସମ୍ପର୍କୀୟା ନାତୁଣୀକୁ ଦେଖା କରିବାକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାବେଳେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଦେବଗଡ଼ ଥାନା ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।