ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ହାଇସ୍କୁଲପଡ଼ାର ସାନ୍ୟା ଗହୀର ଗୋପାଳପୁରରେ ଅନୁଷ୍ଠିତ ‘ମିସ ଓଡ଼ିଶା ବିୟୁଟି’ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ସାନ୍ୟା ମେଟ୍ରିକ ପଢ଼ିବା ପରେ ଭୁବନେଶ୍ୱର କିଟରେ +୨ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଏମଆଇଟିଏସରେ +୩ ଅଧ୍ୟୟନରତ। ଛୋଟ ଦିନରୁ ଓଡ଼ିଶୀ ଓ ଭାରତନାଟ୍ୟମରେ ସାନ୍ୟା ବେଶ ନିପୁଣ। ତେବେ ଶ୍ରୀ ମେଟାଲିକ ଲିଃର ମାନବ ସମ୍ବଳ ବିଭାଗ ମୁଖ୍ୟ ବାଳକୃଷ୍ଣ ଗହୀର ଓ ରଞ୍ଜିତା ଗହୀରଙ୍କ ଝିଅ ତଥା ଶିକ୍ଷାବିତ ସ୍ୱର୍ଗତ ଗଙ୍ଗାଧର ଗହୀରଙ୍କ ନାତୁଣୀ ସାନ୍ୟା ଉକ୍ତ ପ୍ରତିଯୋଗିତାରେ ମୁକୁଟ ପିନ୍ଧିବା ପରେ ଶୁଭେଚ୍ଛାର ସୁଅ ଛୁଟୁଛି।