ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଚଳିତ ବର୍ଷ ଖରିଫ ଧାନ କିଣା ଆଜିଠୁ ଆରମ୍ଭ ହୋଇଛି। ଦେବଗଡ଼ ଜିଲ୍ଲାର ତିଲେଇବଣି, ରିଆମାଳ ଓ ବାରକୋଟ ବ୍ଲକର ମୋଟ ୨୯ଟି ସେବା ସମବାୟ ସମିତି ଜରିଆରେ ୩୮ଟି ମଣ୍ଡିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ତିଲେଇବଣି ବ୍ଲକ ସୁଗୁଡ଼ା ସେବା ସମବାୟ ସମିତିରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଫିତା କାଟି ମଣ୍ଡିର ଶୁଭାରମ୍ଭ କରିଥିଲେ।
ସେହିପରି ରିଆମାଳ ବ୍ଲକର ରିଆମାଳ ସେବା ସମବାୟ ସମିତି ଓ ବାରକୋଟ ବ୍ଲକର କଂଢ଼ଳ ସେବା ସମବାୟ ସମିତିରେ ଉପଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଫିତା କାଟି ମଣ୍ଡିର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ପଞ୍ଜିକୃତ ୧୯ ହଜାର ୩୭ ଚାଷୀଙ୍କଠାରୁ ୨ ମିଲର ଜରିଆରେ ୪ ଲକ୍ଷ ୩୩ହଜାର ୮୨୩ କ୍ୱିଣ୍ଟାଲ ଧାନ କ୍ରୟ କରାଯିବା ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମିଲରଙ୍କ ସିକ୍ୟୁରିଟି ଆଧାରରେ ୧ଶହ ୮୫ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଏବଂ ଏଫଏକଯୁ ଧାନ ମୂଲ୍ୟ ୧୯୪୦ ଟଙ୍କା ରଖାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ସୂଚନା ଦେଇଛନ୍ତି।