ଜଗତସିଂହପୁରରେ ଭକ୍ତଙ୍କ ପାଇଁ ୫ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ, ସେବାୟତ ମାନଙ୍କୁ ନେଇ ହେବ ପୂଜାର୍ଚ୍ଚନା

ଜଗତସିଂହପୁର,ଏନ୍ଏନ୍ଏସ୍: ଆଗକୁ ଆସୁଛି ନୁଆବର୍ଷ। ଚଳଚଞ୍ଚଳ ହୋଇ ଉଠିବ ଧାର୍ମିକ କ୍ଷେତ୍ର ହେଲେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି।ହେଲେ ଏହି ସମସ୍ତ ଧର୍ମାନୁଷ୍ଠାନରେ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିବ ବୋଲି କୁହାଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।

ଖ୍ରୀଷ୍ଟମାସ ଅବସରରେ ଡ଼ିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ସେହିପରି ଡ଼ିସେମ୍ବର ୩୧ତାରିଖରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନରେ ଏହି କଟକଣା ଲାଗିବ। ରାଜ୍ୟରେ ବର୍ତ୍ତମାନ କରୋନା ପରେ ଏବେ ନୁଆ ଭ୍ୟାରିଆଣ୍ଟ ଓମିକ୍ରନ୍ କୁ ଚିନ୍ତା ଅଧିକ ବଢିବାରେ ଲାଗିଛି। ତେବେ ଏହାରି ଭିତରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ନୁଆ ଭ୍ୟାରିଆଣ୍ଟ ଦ୍ୱାରା ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହାକୁ ଦୃଷ୍ଟିରେ ରଖ ବିଭିନ୍ନ ସ୍ଥାନରେ କଟକଣା କଡ଼ାକଡ଼ି ରଖାଯାଇଛି ।