ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ପ୍ରାକ – ଖ୍ରୀଷ୍ଟ ଜୟନ୍ତୀ ୨୦୨୧ ପାଳନ କରାଯାଇଛି। କାଥଲିକ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମାରିଆନ ଉଠାନ ସିଂଙ୍କ ନେତୃତ୍ୱରେ ସମସ୍ତ ସମ୍ପ୍ରଦାୟର ସ୍ଥାନୀୟ ନେତୃବୃନ୍ଦ ତଥା ଅନ୍ୟ ଚର୍ଚ୍ଚ ମଣ୍ଡଳୀର ସହଭାଗୀତାରେ ସ୍ଥାନୀୟ ଚର୍ଚ୍ଚ ପରିସରରେ ପ୍ରାକ-ଖ୍ରୀଷ୍ଟ ଜୟନ୍ତୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟ ଓ ବାଣିଜ୍ୟ କର କମିଶନର ଅମୀର ଚାନ୍ଦ ନାୟକ, ମୂଖ୍ୟ ବକ୍ତା ଭାବେ ପାଳକ କ୍ଷମାଶୀଳ ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚର୍ଚ୍ଚର ମୂଖ୍ୟ ଯାଜକ ରବି ସଭାସୁନ୍ଦର, ସହକାରୀ ଯାଜକ କପିଳାସ ନାୟକ, ହୋଲିକ୍ରସ ସଙ୍ଘ ର ସେବଭଗ୍ନୀ ଫାତୀମା, ପାଳକ ଚିତ୍ର ସେନ କାର୍ଜି ମାଝୀ, ଦିଲ୍ଲୀପ ହରପାଲ, ସଲମନ ମଲ୍ଲିକ ,ଥାନା ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ଓଡ଼ିଆ ସାହିରୁ ବିରଞ୍ଚି ବିଶୋଇ, ବାବୁନି ପଣ୍ଡା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଶୋକ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରିବା ସହ ପ୍ରାକ-ଖ୍ରୀଷ୍ଟ ଜୟନ୍ତୀ ର କେକ୍ କଟାଯାଇ ଥିଲା। ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମର ଲକ୍ଷ, ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଓ ଖ୍ରୀଷ୍ଟିଆନ ଜୀବନ ଶୈଳୀ ଉପରେ ବକ୍ତାମାନେ ତାଙ୍କ ବକ୍ତବ୍ୟ ରଖିବା ସହ କରୋନା ମହାମାରୀରୁ ଉଦ୍ଧାର ପାଇବା ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ। ଯୁବ ସଙ୍ଘ ସଦସ୍ୟ ମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦୀପ୍ତି ସେନାପତି, ବିପିନ ସଭାସୁନ୍ଦର, ପୂର୍ଣ୍ଣ ଚନ୍ଦ୍ର ମନ୍ତ୍ରୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।