ବଢ଼ୁଥିବା ଓମିକ୍ରନ୍ ମାମଲା ମଧ୍ୟରେ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ କିଛି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ସମସ୍ତ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବାକୁ କେନ୍ଦ୍ର କହିଛି। ସତର୍କ ରହିବା ସହ ସକରାତ୍ମକ ରୂପରେ ମାମଲାକୁ ପରିଚାଳିତ କରିବାକୁ କୁହାଯାଇଛି। ଜିଲ୍ଲାର ନୂଆ ମାମଲା ଉପରେ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ ଦ୍ରୁତ ଗତିରେ ବଢ଼ାଇବା ସହ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଲୋକେ ଯେପରି ଏକତ୍ରିତ ନହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି।

ସେହିପରି କଣ୍ଟେନମେଣ୍ଟ ଜୋନ, ନାଇଟ କର୍ଫ୍ୟୁ, ବଡ଼ ସଭା ଉପରେ ରୋକ ଓ କରୋନାର କ୍ଲଷ୍ଟର ଅଞ୍ଚଳରେ ବୋଫର ଜୋନକୁ ନେଇ ନିର୍ଦ୍ଦେଶ ଦିଆଯାଇଛି। ଡୋର ଟୁ ଡୋର ଟିକାକରଣକୁ ମଜଭୁତ କରିବାକୁ ମଧ୍ୟ ରାଜ୍ୟକୁ କେନ୍ଦ୍ର ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୨୩୬ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।