ଦେଶୀ ପିସ୍ତଲ ସହ ଯୁବକ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ଜଣେ ଯୁବକ ଶିକରପାଇ ଛକରେ ଦେଶୀ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବା ବେଳେ କୁମିଙ୍ଗି ସାରି (ଏସଡିପିଓ) ଉପଖଣ୍ଡ ପୁଲିସ ଅଧିକାରୀ ଦେବଜ୍ୟୋତି ଦାସ କଲ୍ୟାଣସିଂହପୁର ଦେଇ ରାୟଗଡା ଯାଉଥିବା ସମୟରେ ଜଣେ ଯୁବକ ଏକ ଦେଶୀ ପିସ୍ତଲ ଧରି ଲୋକଙ୍କୁ ଭୟଭୀତ କରୁଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସେ କଲ୍ୟାଣସିଂପୁର ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସକୁ ଦେଖି ଯୁବକ ନିକଟରେ ଥିବା ଏକ ଦୋକାନ ପଛଭାଗରେ ଆବର୍ଜନା ଗୋଦାମ ଗଦା ଭିତରେ ଦେଶୀ ବନ୍ଧୁକଟିକୁ ଲୁଚାଇ ଦେଇଥିଲେ।

ପୁଲିସ ସିସି ଫୁଟେଜ ଦେଖି ଖୋଜା ଖୋଜି କରି ଉକ୍ତ ଦେଶୀ ପିସ୍ତଲଟି ପାଇବା ପରେ ଦୁଇ ଯୁବକଙ୍କୁ ଥାନାରେ ରଖି ପଚାରଉଚରା ଚଲାଇଥିଲେ। ସେଥି ମଧ୍ୟରୁ ଜଣେ ଯୁବକକୁ ଗତ ରାତିରେ ଛାଡିଦେଇଥିବା ବେଳେ ଆଜି ଅଟକ ଥିବା ଗୋପାଳ ଚାମିଆକୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି। ସବୁଠାରୁ ବଡ କଥା କଲ୍ୟାଣସିଂପୁର ମାଓ ଅଧୁସିତ ଆଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ସମୟରେ ମାଓବାଦୀ ମାନେ ନିଜ ସ୍ଥିତି ଜାହିର କରୁଛନ୍ତି। ଏଭଳି ସ୍ଥଳେ ଜଣେ ଯୁବକ ଖୋଲା ଖୋଲି ଭାବେ ବିଛ ରାସ୍ତାରେ ପିସ୍ତଲ ଧରି ଲୋକଙ୍କୁ ଭୟଭୀତ କରିବା ପୁଲିସର ଗୋଇନ୍ଦାଗିରି ଉପରେ ସନ୍ଦେହ ସୃଷ୍ଟି କରିଛି।