ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ ଗାଇଡଲାଇନ ଜାରି କରାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ କୌଣସି ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ, ଏକଜୁଟ ଓ ଭିଡ଼ ନକରିବାକୁ ଆଦେଶ ଦିଆଯାଇଛି। ରେସ୍ତୋରାଁ ଓ ବାର ୫୦ ପ୍ରତିଶତ କ୍ଷମତା ସହ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମାନ ନିୟମ ଅଡିଟୋରିୟମ ଓ ସଭା ଆୟୋଜନ ହେଉଥିବା ହଲ୍ ମଧ୍ୟ ସ୍ଥିର କରାଯାଇଛି। ଉକ୍ତ ଗାଇଡଲାଇନ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରଶାସନ ଓ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ବିବାହରେ ୨୦୦ ଲୋକ ଉପସ୍ଥିତ ରହିବେ। ବିନା ଦର୍ଶକରେ ଖେଳ ସହିତ ଜଡ଼ିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାନ୍ୟତାପ୍ରାପ୍ତ ସାପ୍ତାହିକ ବଜାର ଖୋଲିବ ହେଲେ କଡ଼ାକଡ଼ି ଭାବେ ନିୟମ ପାଳନ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଓମିକ୍ରନ୍ ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କେବଳ ଦିଲ୍ଲୀରେ ୫୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।