ଥିରୁଅନନ୍ତପୁରମ,ଏଜେନ୍ସି: ୪ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି। ଆଜି ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏ ନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି।
କୋଚିର ସାଉଥ୍ ନାଭାଲ୍ କମାଣ୍ଡ ଦ୍ବାରା କାର୍ଯ୍ୟକ୍ଷମ ପ୍ରଦର୍ଶନକୁ ପରିଦର୍ଶନ କରିବେ ରାଷ୍ଟ୍ରପତି। ଗତକାଲି (ମଙ୍ଗଳବାର) କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ବାଗତ କରିଥିଲେ। କେରଳ ଗସ୍ତର ପ୍ରଥମ ଦିନରେ ସେ କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାରୋହକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ସେ କେରଳ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପଞ୍ଚମ ସମାରୋହକୁ ସମ୍ବୋଧିତ କରିଥିଲେ। ଶିକ୍ଷା ଛାତ୍ରଙ୍କ ଜୀବନର ଗୁଣବତ୍ତା ତଥା ସମାଜର ଉନ୍ନତି ଆଣିଥାଏ। ଶ୍ରୀ ନାରାୟଣ ଗୁରୁ ଆମକୁ ଏହା ଶିଖାଇଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି।
ସେ ଆହୁରି କହିଛନ୍ତି, ଶିକ୍ଷା ମାଧ୍ୟମରେ ଜ୍ଞାନ ପ୍ରାପ୍ତ ହୁଅ। ବିଶେଷକରି ଆମର ସ୍ବାଧୀନତା ସଂଗ୍ରାମର ସଂଗ୍ରାମୀଙ୍କ ସରଳ ସତ୍ୟକୁ ଆଲୋକିତ କରିଥାଏ। ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ବ୍ୟକ୍ତିଗତ ଏବଂ ସାମାଜିକ ପରିବର୍ତ୍ତନର ଗୁରୁତ୍ବପୂର୍ଣ୍ଣ ସ୍ଥାନ। ଏଗୁଡ଼ିକ ହେଉଛି କର୍ମଶାଳା ଯେଉଁଠାରେ ଦେଶର ଗଢା ହୋଇଥାଏ।
ସାମାଜିକ ସଶକ୍ତିକରଣର ସମ୍ଭାବନା ଆଣିଛି ଏହି ସୁନ୍ଦର କେରଳ କେନ୍ଦ୍ରୀୟ ବିଦ୍ୟାଳୟ। ଏହା ହେଉଛି ଏହି ସ୍ଥାନ ଯେଉଁଠାରେ ଚିନ୍ତାଧାରାଗୁଡିକ ଶିକ୍ଷା ପୋଷଣ ଯୋଗାଏ। ସମାଜ ଓ ଦେଶକୁ ସଶକ୍ତ କରିବାକୁ ଶିକ୍ଷା ନିହାତି ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ରାଷ୍ଟ୍ରପତି କହଛନ୍ତି ଶିକ୍ଷାର ପ୍ରୋତ୍ସାହନ ପାଇଁ ସରକାରଙ୍କ କାର୍ଯ୍ୟ ହେଉଛି ସଠିକ୍ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବା ଯେଉଁଥିରେ ଯୁବକମାନଙ୍କ ସୃଜନଶୀଳତା ହୋଇପାରିବ।
ପ୍ରକାଶ ଥାଉ କି, ଡିସେମ୍ବର ୨୧ ରୁ ୨୪ ଯାଏଁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।