କର୍ଣ୍ଣାଟକ ବିଧାନସଭାରେ ପାରିତ ହେଲା ଧର୍ମାନ୍ତରୀକରଣ ନିରୋଧ ବିଲ୍

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ବିଧାସଭାରେ ପାରିତ ହେଲା ଧର୍ମାନ୍ତରୀକରଣ ନିରୋଧ ବିଲ୍। ତେବେ ଏହାକୁ ଗତକାଲି କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଏହାକୁ ଆଜି ବିଧାନସଭାରେ ଆଗତ କରିଥିଲେ କର୍ଣ୍ଣାଟକ ସରକାର। ତେବେ ଆଜି ବିଲ ଆଗତ ହେବା ପରେ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା।

ତେବେ ଏହି ବିଲ୍ ପାରିତ ହେବା ପରେ ଅନୁମୋଦନ ମିଳିବା ପରେ ଏହାକୁ ବିରୋଧୀ ଦଳ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନେତାଙ୍କ ଦ୍ବାରା ବିରୋଧ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ତଥା କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବ କୁମାର ବିଲକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା।

ଏହି ବିଲରେ ଧର୍ମାନ୍ତରୀକରଣ ବିରୋଧରେ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କଲେ ପୂର୍ବ ଧର୍ମ ଅନୁସାରେ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସଂରକ୍ଷଣ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ବନ୍ଦ କରିବାକୁ ଏହି ବିଲରେ ପ୍ରବାଧାନ ରହିଛି। ଏହି ବିଲକୁ କର୍ଣ୍ଣାଟକର ବିରୋଧୀ ଓ ଖ୍ରୀଷ୍ଟ ସମ୍ପ୍ରଦାୟର ନେତାମାନେ ବିରୋଧ କରୁଥିବା ବେଳେ ଆସନ୍ତାକାଲି ଏହି ବିଲକୁ ଗୃହରେ ଆଗତ କରିପାରନ୍ତି ସରକାର।