ମହିଳାଙ୍କ ଖାତାକୁ ହଜାରେ କୋଟି ଟ୍ରାନ୍ସଫର କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ଆୟୋଜିତ ମହିଳା ସଶକ୍ତିକରଣ  ସମ୍ମିଳନୀରେ ହଜାରେ କୋଟି ଟଙ୍କା ୧୬ଲକ୍ଷ ମହିଳାଙ୍କ ଖାତାକୁ ଟ୍ରାନ୍ସଫର କରିଛନ୍ତି। ଏଥିସହିତ ୨୦୨ ଟେକ ହୋମ ରାସନ ପ୍ଲାଣ୍ଟ ବି ଶିଳାନ୍ୟାସ କରିଛନ୍ତି। ପରେ ଏକ ଜନସଭାକୁ ମଧ୍ୟ ମୋଦୀ ସମ୍ବୋଧିତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, ପ୍ରୟାଗରାଜ ହଜାରେ ବର୍ଷରୁ ଆମ ମାତୃଶକ୍ତିର ପ୍ରତୀକ ମା’ ଗଙ୍ଗା-ଯମୁନା-ସରସ୍ୱତୀଙ୍କ ସଙ୍ଗମର ଭୂମି। ଆଜି ଏହି ତୀର୍ଥ ନଗରୀ ନାରୀ-ଶକ୍ତିର ଅଦ୍ଭୁତ ସଙ୍ଗମର ସମସ୍ତେ ସାକ୍ଷୀ।