ନୂଆଦିଲ୍ଲୀ: ନିର୍ବାଚନ ସୁଧାର ସହ ସମ୍ବୋଧିତ ବିଲ୍ ଅର୍ଥାତ୍ ‘ନିର୍ବାଚନ ବିଧି ବିଧେୟକ ୨୦୨୧’କୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ୍ କରାଯିବ। ଭୋଟର ହେବା ପାଇଁ ନାଁ ଯୋଡ଼ିବାକୁ ଚାହିଁଲେ ଆଧାର ନମ୍ବରର ଆବଶ୍ୟକ ପଡ଼ିବ। ପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପୀ ଓ ବସପା ଭଳି ପାର୍ଟି ଏହି ବିଧେୟକକୁ ପାରିତ କରିବାକୁ ବିରୋଧ କରୁଥିଲେ। ବିଧେୟକର ବିଚାର ଲାଗି ସଂସଦର ସ୍ଥାୟୀ ସମିତିକୁ ପଠାଇବାକୁ କଂଗ୍ରେସ ଦାବି କରିଥିଲା।
ଲୋକସଭାରେ ଆଇମନ ମନ୍ତ୍ରୀ କିରେନ ରିଜିଜୁ ନିର୍ବାଚନ ବିଧି ବିଧେୟକ ୨୦୨୧କୁ ଆଗତ କରିଥିଲେ। ଏହାଦ୍ୱାରା ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ଓ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧କୁ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ବିରୋଧୀ ଦଳର ଆଶଙ୍କାକୁ ନିରାଧାର ଦର୍ଶାଇ ରିଜିଜୁ କହିଛନ୍ତି ଯେ, ପୂର୍ବରୁ ଭୋଟର ପରିଚୟ ପତ୍ର ଓ ଆଧାର ଲିଙ୍କ୍ ବାଧ୍ୟତାମୂଳକ ନଥିଲା। ନୂଆ ଆଇନ ଦ୍ୱାରା ନକଲି ଭୋଟରଙ୍କୁ ବାଦ୍ ଦିଆଯାଇପାରିବ।