ଭୁବନେଶ୍ବର,ଏନ୍ଏନ୍ଏସ୍: ଏସଟିଏଫ୍ ହାତରେ ଚୋରାବନ୍ଧୁକ ମାଫିଆ। ଡିଲବେଳେ ମାଡି ବସିଲା ଏସଟିଏଫ ଟିମ୍। ଅନୁଗୁଳରୁ ହାର୍ଡକୋର ବନ୍ଧୁକ ମାଫିଆକୁ ଗିରଫ କଲା ଏସଟିଏଫ। ଏଥିସହ ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ସମ୍ବଲପୁର ସରପଲି ନାକଟିଦେଉଳର ବୋଲି ଜଣାପଡିଛି।
ସୂଚନା ଅନୁୟାୟୀ, ଅନୁଗୁଳ କେରଜଙ୍ଗ ନିକଟରେ ଚୋରାବନ୍ଧୁକ କାରବାରର ହେଉଥିବା ନେଇ ଏସଟିଏଫ ଟିମ୍ ଖବର ପାଇ ଥିଲା। ଏନେଇ ଚଢଉ କରିବା ପରେ ବନ୍ଧୁକ ମାଫିଆ ସମେତ ଖବର ପାଇ ଏସଟିଏଫ୍ ଟିମ ଗିରଫ କରିବା ପରେ ବନ୍ଧୁକ ଓ ଗୁଳି ଜବତ କରିଥିଲା।