ଭୋପାଳ,ଏଜେନ୍ସି: ଶୌଚାଳୟ ସଫା କଲେ ଶକ୍ତିମନ୍ତ୍ରୀ। ସାର୍ବଜନୀନ ସ୍ବଚ୍ଛତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବା ପାଇଁ ଏପରି କିଛି ପଦକ୍ଷେପ ନେଇଛନ୍ତି ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର। ଗ୍ବାଲିଅର ସ୍ଥିତ ଏକ ସରକାରୀ ସ୍କୁଲର ଶୌଚାଳୟ ସଫା କରିଛନ୍ତି ଶକ୍ତି ମନ୍ତ୍ରୀ।
କ୍ୟାମ୍ପସରେ ଜଣେ ଛାତ୍ରୀ ସ୍କୁଲର ଅପରିଷ୍କାର ଶୌଚାଳୟ ବିଷୟରେ ଅଭିଯୋଗ କରିଥିଲେ। ଏହାପରେ ମନ୍ତ୍ରୀ ନିଜ ହାତରେ ଏହି କାମ କରିବାରୁ ନିଷ୍ପତ୍ତି ନେଇଥିଲେ। ସ୍କୁଲର ଶୌଚାଳୟ ସଫା କରାଯାଉନାହିଁ ଫଳରେ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ଛାତ୍ରୀ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ସଙ୍ଗେ ସଙ୍ଗେ ହାତରେ ସଫା ବ୍ରସ ଧରିଲେ ଅନ୍ୟଜଣେ ସହଯୋଗୀଙ୍କ ସହ ସଫା କାର୍ଯ୍ୟରେ ଲାଗି ପଡିଲେ।
ଏହାଛଡା ସ୍ବଚ୍ଛତାର ଗୁରୁତ୍ବ ସମ୍ପର୍କରେ ଅଧିକ ସଚେତନ ସୃଷ୍ଟି କରିବା ପାଇଁ ନିଜ ଟ୍ବିଟର ଆକାଉଣ୍ଟରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ପ୍ରଦ୍ୟୁମ୍ନ ସିଂହଙ୍କ ଏହା ପ୍ରଥମ କାର୍ଯ୍ୟ ନୁହେଁ ପୂର୍ବରୁ ମଧ୍ୟ ସେ ଏହି କାର୍ଯ୍ୟ କରିଛନ୍ତି। ଗତବର୍ଷ କମିଶନର ଅଫିସରେ ଜଣେ ମହିଳା ଅପରିଷ୍କାର ଶୌଚାଳୟ ନେଇ ଅଭିଯୋଗ କରିବା ପରେ ପ୍ରଦ୍ୟୁମ୍ନ ସିଂହ ଶୌଚାଳୟ ସଫା କରିଥିଲେ। ଅପରିଷ୍କାର ଶୌଚାଳୟ ରୋଗକୁ ନିମନ୍ତ୍ରଣ କରିବା ସହ ଅନେକ ଅସୁବିଧାର କାରଣ ହୋଇଥାଏ। କେନ୍ଦ୍ର ସରକାରଙ୍କଠାରୁ ନେଇ ମଧ୍ୟପ୍ରଦେଶ ସରକାର ଗୁତୁତ୍ବ ଦେଉଛନ୍ତି। ତଥାପି ଅନେକ ସ୍ଥାନରେ ସୁଫାସୁତୁରା ଶୌଚାଳୟ ଦେଖିବାକୁ ମିଳୁନାହିଁ।
ସ୍କୁଲ ଗୁ଼ଡିକରେ ସ୍ବଚ୍ଛତା ସମସ୍ୟା ନୂଆ ନୁହେଁ। ସଫେଇ କର୍ମଚାରୀ ଅଭାବରୁ ତାମିଲନାଡୁ ନାଗାପଟ୍ଟିମନ ଜିଲ୍ଲାର ଏକ ସ୍କଲ ଶୌଚାଳୟକୁ ସ୍କୁଲ ପ୍ରଧାନଶିକ୍ଷକ ସଫା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।