ନୂଆଦିଲ୍ଲୀ,ଏଜେନ୍ସି: ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରାହୁଲ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ରାହୁଲ ଏବେ ଆହତ ରୋହିତଙ୍କ ସ୍ଥାନ ନେବେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ଦଳର ଦାୟିତ୍ୱ ହ୍ରହଣ କରିବା ସହିତ ଏହି ସିରିଜରେ ତାଙ୍କ ନିଜ ପରଫରମାନ୍ସକୁ ମଧ୍ୟ ସୁଧାରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍ ୨୬ ଡିସେମ୍ବରରେ ସେଞ୍ଚୁରିଆନରେ ଖେଳାଯିବ।
ରୋହିତ ଶର୍ମା ହାମଷ୍ଟ୍ରିଂ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ଏହାଦ୍ବାରା ଭାରତ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ଓପନର ଭାବରେ ରୋହିତଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା। ରୋହିତ ଶର୍ମାଙ୍କୁ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଉପଅଧିନାୟକ ଭାବରେ ମନୋନୀତ କରାଯାଇଥିବା ବେଳେ ଏବେ ରୋହିତଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି।