ପାଟଣାଗଡ଼ରେ ବିଜେପିର କର୍ମୀ ସମ୍ମିଳନୀ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ର ଜୋନ ନଂ ୧୪ର ଗେର୍ଡା, ଖୁସମଲାଇ ଓ ଘସିଏନ ପଞ୍ଚ।।ୟତରେ ବିଜେପିି ପକ୍ଷରୁ ଗେର୍ଡା ଆମ୍ବତୋଟାଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ବଲ୍ଲଭ ଧରୁଆଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନତି ଅତିଥିଭାବେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ସବିତା ସରାଫ, ଜୟନ୍ତ କୁମ୍ଭାର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କରମ ସିଂ ସରାଫ ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ସିଂଦେଓ କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ବନ୍ଧରେ ଉଦବୋଧନ ଦେଇଥିଲେ। ଏଥିରେ ବିଜେଡି ଓ କଂଗ୍ରେସରୁ ଇସ୍ତଫା ଦେଇ ବହୁ କର୍ମୀ ବିଜେପିରେ ଯୋଗ ଦେଇଥିଲେ।