ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଇତିମଧ୍ୟରେ ‘ପଞ୍ଜାବ ଲୋକ କଂଗ୍ରେସ’ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂ ଶିଖାୱତଙ୍କୁ ସାକ୍ଷାତ କରିଛନ୍ତି। ପରେ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି ଯେ, ‘ଆମେ ୧୦୧ ପ୍ରତିଶତ ନିର୍ବାଚନ ଜିତିବୁ। ଯେତେବେଳେ ବି ଆସନ ବୁଝାମଣା ହେବ ସେତେବେଳେ ବିଜୟର ସମ୍ଭାବନା ବଢ଼ିଯିବ। ସିଟକୁ ନେଇ ଆଲୋଚନା ହେବା ପରେ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀ ଚନ୍ନୀ ଯେଉଁ ଘୋଷଣା କରିଛନ୍ତି ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସମୟ ଲାଗିବ। ସେ କେବେ ବି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ନଥିବାରୁ ତାଙ୍କୁ ଏସବୁ ଜଣାନାହିଁ।
ସୂଚନାଯୋଗ୍ୟ, କ୍ୟାପଟେନ୍ ଅମରିନ୍ଦର ସିଂହ ଏହାପୂର୍ବରୁ ମଧ୍ୟ ଗଜେନ୍ଦ୍ର ସିଂ ଶିଖାୱତଙ୍କୁ ଭେଟିଛନ୍ତି। କ୍ୟାପଟେନ ଶିଖାୱତଙ୍କ ସହ ଭୋଜନ ମଧ୍ୟ କରିଥିଲେ।