ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ କାଲିଠୁ ଷଷ୍ଠ ଓ ଦଶମ ଶ୍ରେଣୀ ଖୋଲିବ। ଏନେଇ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଅନୁମତି ପ୍ରଦାନ କରିବା ପରେ ଦିଲ୍ଲୀର କେଜ୍ରିୱାଲ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଡିସେମ୍ବର ୨୭ ପରଠୁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।