୧୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଅବକାରୀ ବିଭାଗ ପକ୍ଷରୁ କନକତୋରା ଗ୍ରାମରେ ଚଢ଼ଉ କରାଯାଇ ୧୨ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରଯାଇଛି। ଅଭିଯୁକ୍ତ ଜଣକ କନକତୋରା ଗ୍ରାମର ମୋହନ ମେହେର(୪୯) ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବକ, ମୋହନ ଏକ ବସ୍ତାରେ ଗଞ୍ଜେଇ ନେଇ ବିକ୍ରି ଉଦ୍ଦେଶ୍ୟରେ ଯାଉଥିବା ସମୟରରେ ବେଲପାହାଡ଼ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲେ। ମୋହନଙ୍କ ନିକଟରେ ଥିବା ଗଞ୍ଜେଇକୁ ଅବକାରୀ ବିଭାଗ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ଏହାସହ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଏହି ଚଢ଼ଉରେ ଅବକାରୀ ଆଇଆଇସି ବିନୟ ପ୍ରକାଶ ତୀର୍କୀ, ଆଇଆଇସି ବନ୍ଦନା ପଟ୍ଟନାୟକ, ଓଆଇସି ଦେବେନ୍ଦ୍ର କୁମାର ପ୍ରହରାଜ, ଏସଆଇ ବିକ୍ରମ ଓରାମ, ବିଶ୍ୱନାଥ ଭୋଇ, କନଷ୍ଟେବଳ ଫୁଲତୁଳି ନାୟକ, ଅବନୀ ସା’ ଓ ଜିଲ୍ଲା ମୋବାଇଲ ଦଳ ସାମିଲ ଥିଲେ।