ପ୍ରଦୂଷଣର ସ୍ଥାୟୀ ସମାଧାନ ପାଇଁ ଲୋକଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥାୟୀ ସମାଧାନ ଚାହୁଁଛନ୍ତି ସୁପ୍ରିମକୋର୍ଟ। ସେଥିପାଇଁ ଜନତା ଓ ବିଶେଷଜ୍ଞଙ୍କ ପରାମର୍ଶ ନେବା ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗକୁ ଚିଠି ଲେଖିଛନ୍ତି। ମୁଖ୍ୟ ବିଚାରପତି ଏନ ବୀ ରମଣା, ଜଷ୍ଟିସ ଡି ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବ୍ୟାଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି।

ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ତରଫରୁ ଦାଖଲ ହୋଇଥିବା ଏକ ରିପୋର୍ଟକୁ ଦେଖିବା ପରେ କୋର୍ଟ କହିଥିଲେ ଯେ, ଉକ୍ତ ରିପୋର୍ଟରେ ସମିତି ପକ୍ଷରୁ ଉଠାଯାଇଥିବା ପଦକ୍ଷେପ ଦର୍ଶାଯାଇଛି। ଏନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବ। ଏଥିସହିତ ଫେବୃୟାରୀ ପ୍ରଥମ ସପ୍ତାହରେ ଫଇସଲା ଶୁଣାଯିବ।

ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୧୩ ପରଠୁ ନାଇଟ୍ରୋଜେନ ଡାଇଅକ୍ସାଇଡ ସ୍ତର ଯେତିକି ରହିବା ଦରକାର ତା’ଠାରୁ ଅଧିକ ରହିଛି। ସୀପୀସୀବୀ ଦିଲ୍ଲୀ ପାଇଁ ନାଇଟ୍ରୋଜେନ ଡାଇଅକ୍ସାଇଡର ବାର୍ଷିକ ସ୍ତର ପ୍ରତି ଘନ ମିଟର ପିଛା ୪୦ ମାଇକ୍ରୋଗ୍ରାମ ସ୍ଥିର କରାଯାଇଛି।