ଓଡ଼ିଶାକୁ ନେଇ ଆଗାମୀ ଯୋଜନା ସମ୍ବନ୍ଧରେ କହିଲେ ନୂଆ ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ନବ ନିଯୁକ୍ତ ପୁଲିସ ମହାନିର୍ଦ୍ଦେଶକ ଆଇପିଏସ୍ ସୁନୀଲ ବଂଶଲ ନୂଆବର୍ଷରେ ପଦଭାର ଗ୍ରହଣ କରିବେ। ଏହାପୂର୍ବରୁ ଶ୍ରୀ ବଂଶଲ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ କୃପାରୁ ମୋତେ ଏ ପଦବୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଓ ଭରସାକୁ ପୂରଣ କରିବାକୁ ଚେଷ୍ଟା କରିବି। ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଥିବାରୁ ସୁପରିଚାଳନା କରିବା ପାଇଁ ଉଦ୍ୟମ କରିବି। ରାଜ୍ୟର ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବି। ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବି। ଗରିବ, ଜନଜାତି, ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବି। ସାଇବର କ୍ରାଇମ ଓ ଇଣ୍ଟର ଷ୍ଟେଟ କ୍ରାଇମ ରୋକିବାକୁ ଚେଷ୍ଟା କରିବି। ପୁଲିସକୁ ଅଧିକ ଦକ୍ଷ ଓ ସୁପରିଚାଳନା ପାଇଁ ଉଦ୍ୟମ କରିବି। ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି।