ଅନୁଗୋଳରେ ରାଜ୍ୟସ୍ତରୀୟ ଖୋଖୋ ଚମ୍ପିଆନସିପ୍‌ ଉଦଯାପିତ

ଅନୁଗୋଳ,ଏନ୍ଏନ୍ଏସ୍: ଅନୁଗୋଳ ଷ୍ଟାଡିଅମରେ ଚାଲିଥିବା ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ ଚମ୍ପିଆନ୍‌ସିପ୍‌ ଶେଷ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଚମ୍ପିଆନ୍‌ସିପ୍‌ ଆୟୋଜିତ ହୋଇଥିଲା। ମହିଳା ବର୍ଗରେ ବାଲେଶ୍ଵରକୁ ହରାଇ କିଟ୍‌ ଭୁବନେଶ୍ୱର ଟିମ୍‌ ଚଳିତ ବର୍ଷର ଚମ୍ପିଆନ୍‌ ହୋଇଥିବା ବେଳେ ପୁରୁଷ ବର୍ଗ ରେ କିଟ୍‌ ଭୁବନେଶ୍ୱରକୁ ହରାଇ ଚମ୍ପିଆନ ହୋଇଛି ବାଲେଶ୍ଵର ଟିମ୍‌।

ରାଜ୍ୟ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏହି ଚମ୍ପିଆନସିପ୍‌ ଆୟୋଜିତ ହୋଇଥିଲା। ଏହି ଚମ୍ପିଆନ୍‌ସିପ୍‌ରେ ୨୩ଟି ଦଳ ଭାଗ ନେଇଥିଲେ। ଏଠାରୁ ଚୟନ ହେବା ଖେଳାଳି ଆସନ୍ତା ୨୬ ତାରିଖରେ ମଧ୍ୟପ୍ରଦେଶର ଜବଲ୍‌ପୁରରେ ହେବାକୁ ଥୁବା ଜାତୀୟ ଖୋ ଖୋ ଚମ୍ପିୟାନ ସିପିରେ ଭାଗ ନେବେ। ଅନୁଗୋଳ ଷ୍ଟାଡିୟମରେ ୪ଟି କୋର୍ଟରେ ଏହି ପ୍ରତିଯୋଗିତା ହୋଇଥିଲା।

ଅନୁଗୋଳ ଜିଲ୍ଲା ପ୍ରଶାସନର ସହଯୋଗ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଚମ୍ପିଆନ୍‌ ଓ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି।