ଚିତ୍ତରଞ୍ଜନ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ପୁରୀ,ଏନ୍ଏନ୍ଏସ୍: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା। ମାମଲାର ତଦନ୍ତ ପାଇଁ ପୁରୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ବୁଧବାର ରାତିରେ ଟିମ୍ ପ୍ରଥମେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଏସପିଙ୍କ କାର୍ଯ୍ୟାଳୟର ପହଞ୍ଚି ଏସପିଙ୍କ ସହ ଆଲୋଚନା କରିଛନ୍ତି।

ହତ୍ୟାକାଣ୍ଡର ଗୁମର ଖୋଲିବାକୁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଅଟକ ରଖି ପଚରାଉଚରା କରୁଛି ସେନେଇ ଟିମ୍ ଏସପିଙ୍କ ସହ ଆଲୋଚନା କରୁଛନ୍ତି। ତେବେ କ୍ରାଇମବ୍ରାଞ୍ଚ ପୋଲିସ ଠାରୁ ସମସ୍ତ ଦସ୍ତାବିଜ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି।