କୁଲଗାମରେ ଏନକାଉଣ୍ଟର: ସେନା ଗୁଳିରେ ୨ ଆତଙ୍କୀ ନିପାତ

ଶ୍ରୀନଗର,ଏଜେନ୍ସି: ସେନାଗୁଳିରେ ଟଳିରେ ୨ ଆତଙ୍କୀ। କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ ଗତକାଲି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ ତରଫରୁ ସୂଚନା ମିଳିଛି।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ନେଇ ସୁରକ୍ଷାବାହିନୀକୁ ଖବର ମିଳିଥିଲା। ଏହାପରେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ୨ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଧିକ ସୂଚନା ପାଇଁ ଏବେ ଅପେକ୍ଷା କରାଯାଇଛି।