ଜୁନାଗଡ଼ ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ବଦଳାଇବା ବିରୋଧରେ ଅନଶନ

ରାୟଗଡା,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୁନାଗଡ– ଭୁବନେଶ୍ୱର ଏକ୍ସପ୍ରେସକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରି ରବିବାର ଯୁବ ବିକାଶ ପରିଷଦ ପକ୍ଷରୁ ୧୨ଘଣ୍ଟିଆ ଆନ୍ଦୋଳ ଆରମ୍ଭ ହୋଇଛି। ଜୁନାଗଡ଼- ଭୁବନେଶ୍ୱର ଏକ୍ସପ୍ରେସକୁ ରାୟଗଡା ବଦଳରେ ଟିଟିଲାଗଡ଼ ଦେଇ ଚଳାଚଳ କରିବା ନେଇ ଅନଶନ କରାଯାଇଛି। ସୂଚନା ଅନୁଯାୟୀ ଉକ୍ତ ଯୁବ ପରିଷଦ ସଭାପତି ଶିବାଜୀ ଦାଶଙ୍କ ସହ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ପଣ୍ଡା, ସାମାଜିକ କର୍ମୀ ରବୀନ୍ଦ୍ର ପାଟଖଣ୍ଡାଳ ପ୍ରମୁଖ ଅନଶନରେ ସାମିଲ ହୋଇଛନ୍ତି। ତେବେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତିରେ ପରିବର୍ତ୍ତନ କଲେ ରାୟଗଡା ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ବନ୍ଦ କରିବାକୁ ଯୁବ ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପ୍ରସ୍ତାବକୁ ବିରୋଧ କରି ଆଗରୁ ଦୁଇ ସାଂସଦ ସପ୍ତଗିରିଉଲ୍ଲାକା ଏବଂ ଏନ୍ ଭାସ୍କର ରାଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଦାବି ଜଣାଇଥିଲେ। ଦୀର୍ଘ ୧୦ ବର୍ଷର ଦାବି ପରେକେନ୍ଦ୍ର ସରକାର ନୂଆଦିଲ୍ଲୀରୁ ସିଧାସଳଖ ରାୟଗଡ଼ାକୁ ଏହି ଟ୍ରେନ୍‌କୁ ମଞ୍ଜୁର କରିଥିଲେ।