ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ନିଧନ ସୂଚନା ମିଳିବା ପରେ ଭାଷଣ ରୋକି ପ୍ରାର୍ଥନା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଯୋଦ୍ଧା ଗ୍ରୁପ କ୍ୟାପଟେନ ବରୁଣ ସିଂହ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସମ୍ବନ୍ଧରେ ସୂଚନା ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାବବିହ୍ୱଳ ହୋଇ ପଡ଼ିଥିଲେ। ରାଜନାଥ ସିଂହ ଆଜି ଦ୍ୱିପ୍ରହରରେ ଡେରାଡେୁନରେ ଏକ ସଭାକୁ ସମ୍ବୋଧିତ କରୁଥିବା ସମୟରେ ତାଙ୍କୁ ବରୁଣ ସିଂହଙ୍କ ନିଧନ ସମ୍ପର୍କରେ ସୂଚନା ମିଳିଥିଲା। ଏଥିରେ ଭାବବିହ୍ୱଳ ହୋଇ ସେ କିଛି ସମୟ ପାଇଁ ଭାଷଣ ରୋକି ଦେଇଥିଲେ। ଏଥିସହିତ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ‘ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ନିଧନର ଦୁଃଖଦ ସୂଚନା ମୋତେ ଏବେ ମିଳିଲା। ସେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ହେଲିକପ୍ଟରରେ ଉପସ୍ଥିତ ଥିଲେ। ବାଙ୍ଗାଲୁରୁସ୍ଥିତ କମାଣ୍ଡ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।’