ନୂଆଦିଲ୍ଲୀ: ଶତ୍ରୁ ଦେଶର ଡ୍ରୋନ ସହ ମୁକାବିଲା କରିବା ପାଇଁ ସ୍ୱଦେଶୀ ‘କାଉଣ୍ଟର ଡ୍ରୋନ ସିଷ୍ଟମ’ ସେନାକୁ ହସ୍ତାନ୍ତର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାର ୩ ଅଙ୍ଗ ଅର୍ଥାତ୍ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ଏହି ସ୍ୱତନ୍ତ୍ର କାଉଣ୍ଟର ଡ୍ରୋନ ସିଷ୍ଟମ ହସ୍ତାନ୍ତର କରିଛନ୍ତି। ଲେଜର ବେସଡ ଡାୟରେକ୍ଟେଡ ଏନର୍ଜି ୱେପନ ପଦ୍ଧତି ଉପରେ ଆଧାରିତ ଏହି ଆଣ୍ଟି ଡ୍ରୋନ ସିଷ୍ଟମ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ଆଜି ଏହି କାଉଣ୍ଟର ଡ୍ରୋନ ସିଷ୍ଟମକୁ ଏୟାର ମାର୍ଶଲ ବୀ ଏମ କୃଷ୍ଣାଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ଡିଆଡିଓ ଚେୟାରମ୍ୟାନ୍ ଜୀ ସତୀଶ ରେଡ୍ଡୀ, ସ୍ଥଳସେନା ମୁଖ୍ୟ ଏମ ଏମ ନରବାଣେ, ବାୟୁସେନା ମୁଖ୍ୟ ବୀ ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଏଡମିରଲ ଆର ହରି କୁମାର ଉପସ୍ଥିତ ଥିଲେ।