ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ ଲଞ୍ଚ କରିବ ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ଭୟାବହ ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏକ ବଡ଼ ସୂଚନା ଦେଇଛି। ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ ଲଞ୍ଚ କରିଦିଆଯିବ ବୋଲି ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି। କମ୍ପାନୀର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, କରୋନା ଭ୍ୟାକ୍ସିନ ‘କୋଭାଭେକ୍ସ’ର ପରୀକ୍ଷଣ ଚାଲିଛି। ଏହା ୩ ବର୍ଷ ଓ ତା’ଠାରୁ ଅଧିକ ବୟସର ପିଲାଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ବର୍ତ୍ତମାନ ସୁଦ୍ଧା ପିଲାଙ୍କ ମଧ୍ୟରେ କରୋନାର ଗମ୍ଭୀର ମାମଲା ସାମ୍ନାକୁ ଆସିନାହିଁ। ସୌଭାଗ୍ୟବଶତଃ ପିଲାଙ୍କ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, କନଫିଡରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ ତରଫରୁ ଆୟୋଜିତ ଏକ ଭର୍ଚ୍ଚୁଆଲ ବୈଠକରେ ପୁନାୱାଲା ଏହି ସୂଚନା ଦେଇଛନ୍ତି।