‘ସ୍ମାର୍ଟ’ର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ଚାନ୍ଦିପୁର ଘାଟିରୁ ଲଙ୍ଗ ରେଞ୍ଜ ସୁପରସୋନିକ ମିସାଇଲ ଆସିଷ୍ଟେଡ ଅଫ୍ ଟାରପୀଡୋ(ସ୍ମାର୍ଟ)କୁ ସଫଳତାପୂର୍ବକ ଲଞ୍ଚ କରାଯାଇଛି। ଏହି ଲଞ୍ଚ ପରେ ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ, ଆଣ୍ଟି-ସବମରୀନ ୱାରଫେୟର କ୍ଷମତା ବଢ଼ାଇବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ଏମିତି ଏକ ସିଷ୍ଟମ ଯେଉଁଥିରେ ଟାରପୀଡୋ ସହିତ ମିସାଇଲ ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ରେଞ୍ଜକୁ ନେଇ କୌଣସି ଅନୁମାନ କରାଯାଇ ନାହିଁ। ଏହାଦ୍ୱାର ଭାରତୀୟ ନେଭିର ସମୁଦ୍ରରେ ଯୁଦ୍ଧ କ୍ଷମତା ବଢ଼ିବ।

ସୂଚନାଯୋଗ୍ୟ, ଦେଶରେ ‘ବରୁଣାସ୍ତ୍ର’ ନାମକ ଏକ ଆଣ୍ଟି ସବମରୀନ ଟାରପୀଡୋ ରହିଛି। ଏହା ଜିପିଏସ ମାଧ୍ୟମରେ ଶତ୍ରୁର ସବମରୀନକୁ ଟାର୍ଗେଟ କରିବାର କ୍ଷମତା ରଖିଛି। ‘ବରୁଣାସ୍ତ୍ର’ଠାରୁ ‘ସ୍ମାର୍ଟ’ ଖୁବ୍ ହାଲୁକା।