ଥାନେ,ଏଜେନ୍ସି: ଚଳିତ ବିଜୟ ହଜାରେ ଟ୍ରଫିରେ ଟିମ ଓଡିଶାର ବିଜୟ ରଥ ରୋକିଲା ଜମ୍ମୁ-କଶ୍ମୀର। କ୍ରମାଗତ ୩ଟି ମ୍ୟାଚ୍ରେ ବିଜୟ ପରେ ରବିବାର ପରାଜୟର ମୁହଁ ଦେଖିଛି ଓଡିଶା। ଜମ୍ମୁ-କଶ୍ମୀର ବିପକ୍ଷରେ ୯୫ ରନ୍ରେ ହାରିଲା ଓଡିଶା।
ଟସ୍ ଜିତି ଓଡିଶା କ୍ୟାପଟେନ ଶୁଭ୍ରାଂଶୁ ସେନାପତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଫଳରେ ପ୍ରଥମ ବ୍ୟାଟିଂ କରି ଜମ୍ମୁ-କାଶ୍ମୀର ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା। ଟିମ ପକ୍ଷରୁ ହେନାଲ ନାଜିର ସର୍ବାଧିକ ୭୯ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ଶୁଭମ କାଜୁରିୟା ୩୮ ଓ ପର୍ଭେସ ରସୁଲ ୩୦ ରନ୍ର ଇଂନିସ ଖେଳିଥିଲେ।
ପରେ ୨୭୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଓଡିଶା ମାତ୍ର ୧୮୩ ରନ୍ କରିବାକୁ ସମର୍ଥ ହୋଇଥିଲା। ୪୫ ଓଭରରେ ସମସ୍ତ ୱିକେଟ ହରାଇଥିଲା। ଟିମ ପକ୍ଷରୁ ଅଭିଶେକ ରାଉତ ସର୍ବାଧିକ ୪୦ ଓ ଗୋବିନ୍ଦ ପୋଦ୍ଦାର ୩୭ ରନ୍ର ଇଂନିସ ଖେଳିଥିଲେ। ବିପ୍ଳବ ସାମନ୍ତରାୟ ୨୧ ଓ ଶୁଭ୍ରାଂଶୁ ମିଶ୍ର ୨୮ ରନ୍ କରିଥିଲେ। ମାତ୍ର ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା। ୯୫ ରନ୍ର ମ୍ୟାଚ୍ ଜିତିବା ସହ ଗୁରୁତ୍ବପୂର୍ଣ୍ଣ ୪ ପଏଣ୍ଟ ହାତେଇଥିଲା ଜମ୍ମୁ-କଶ୍ମୀର।