କୋରାପୁଟ,ଏନ୍ଏନ୍ଏସ୍: ଦୁର୍ବଳ ହେଉଛି ଲାଲଗଡ଼। ଆତ୍ମସମର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ କୁଖ୍ୟାତ ମାଓବାଦୀ। ଆତ୍ମସମର୍ପଣ କଲେ କୁଖ୍ୟାତ କ୍ୟାଡର ମାଓବାଦୀ ଫୁଲବତୀ। ଫୁଲବତୀ କେକେବିଏନ୍ ଗୃପର ସଦସ୍ୟ ରହିଥିବା ବେଳେ ବହୁ ହିଂସାକାଣ୍ଡରେ ତାଙ୍କ ହାତ ରହିଛି। ଆଜି ଡିଜିପିଙ୍କ କୋରାପୁଟ ଗସ୍ତ ସମୟରେ ଫୁଲବତୀ ଆତ୍ମସମର୍ପଣ କରିଥିବା ଜଣାପଡିଛି।
ତେବେ ବିଶେଷ ଭାବରେ ୨୦୧୯ ମସିହାରେ ଫୁଲବତୀ ନାମରେ ଅନେକ ହିଂସାକାଣ୍ଡ ଘଟାଇଥିବାର ଅଭିଯୋଗ ରହିଛି। ଆଜି ଡିଜିପିଙ୍କ ଗସ୍ତ ସମୟରେ ସୁନାବେଡାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫୁଲବତୀ ଆତ୍ମସମର୍ପଣ କରିଥିବା ଜଣାପଡିଛି। କେକେବିଏନ୍ ଗୃପର ଡିଭିଜନ୍ ଏସିଏମ୍ ର୍ୟାଙ୍କରେ ରହିଥିଲା ଫୁଲବତୀ। ୨୦୦୮ରୁ ମାଓ ସଂଗଠନ ସହିତ ଥିଲେ ଜଡିତ।