ଲାଲଗଡରେ ଡିଜିପି ଅଭୟ, ମାଓବାଦୀ ଦମନ ନେଇ ରଣନୀତି ପ୍ରସ୍ତୁତ

ମାଲକାନଗିରି,ଏନ୍ଏନ୍ଏସ୍: ଲାଲଗଡରେ ପୋଲିସ ଡିଜି ଅଭୟ। ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ। ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘନବେଡାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ମାଓ ଗତିବିଧି ସମ୍ପର୍କରେ ଡିଜିପି ସମୀକ୍ଷା କରିଥିଲେ।

ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରୀ ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ତେବେ ଡିଜିପିଙ୍କ ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ସେହିପରି ମାଲକାନଗିରିରେ ସମୀକ୍ଷା ବୈଠକ ସାରିବା ପରେ ଡିଜିପି କୋରାପୁଟ ଗସ୍ତରେ ଯାଇଛନ୍ତି। ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଡିଜିପି ଉଦଘାଟନ କରିଛନ୍ତି।