ଡେଲାଙ୍ଗ,ଏନ୍ଏନ୍ଏସ୍: ସାମୁଦ୍ରିକ ଝଡ ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ବେଳେ ଚଷୀମାନଙ୍କ ଧାନଓ ବିଭିନ୍ନ ଫସଲ କ୍ଷତି ହୋଇଛି। ଏହି କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ଡ. ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ନିବେଦିତା ପରିଡା ଓ କୃଷି ବିଭାଗ ଅଧିକାରୀ ସୁରେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇଛି। ଏହି ଟିମ ଆଜି ୨୧ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଚାଷ କ୍ଷେତକୁ ପରିଦର୍ଶନ କରି କ୍ଷୟକ୍ଷତି ଆକଳଣ କରିଛନ୍ତି।
ଖୁବଶୀଘ୍ର ଡେଲାଙ୍ଗ ଅଞ୍ଚଳରେ ଫସଲ ହାନି ନେଇ ରିପୋର୍ଟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ। ସୂଚନା ଥାଉକି ୧୧ ହଜାର ହେକ୍ଟର ଧାନ ଫସଲ କ୍ଷତି ହୋଇଥିବା କୃଷିବିଭାଗ କହିଥିବା ବେଳେ ଖୁବଶୀଘ୍ର ଫସଲ ହାନି ରିପୋର୍ଟ ସଂଗ୍ରହ କରିବା ପରେ ସଠିକ କ୍ଷୟକ୍ଷତି ଜଣାପଡିବ ବୋଲି ବିଭାଗୀୟ ଅଧିକାରୀମାନେ କହଛନ୍ତି।