ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କୁ ସ୍ୱାଗତ କରିଛନ୍ତି। ଉଭୟ ନେତା ୨୧ତମ ଭାରତ-ଋଷ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଏହି ଅବସରରେ ପୁତିନଙ୍କୁ ମୋଦୀ କହିଛନ୍ତି ଯେ, କରୋନା ଚ୍ୟାଲେଞ୍ଜ ସତ୍ୱେ ଭାରତ ଓ ଋଷ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ବନ୍ଧରେ କୌଣସି ପରିବର୍ତ୍ତନ ଆସିନାହିଁ। କରୋନା ବିରୋଧୀ ଲଢ଼େଇରେ ବି ଉଭୟ ଦେଶ ମଧ୍ୟରେ ସହଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୀର୍ଘକାଳୀନ ଦୃଷ୍ଟି ଆପଣାଉଛୁ। ଆମେ ୨୦୨୫ ପର୍ଯ୍ୟନ୍ତ ୩୦ ବିଲିୟନ ଡଲାର ଟ୍ରେଡ ଓ ୫୦ ବିଲିୟନ ଡଲାର ନିବେଶ କରିବାକୁ ଲକ୍ଷ୍ୟ ରଖିଛୁ।
ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ ବ୍ଲାଦମିର ପୁତିନ ଭାରତ ଗସ୍ତ କରିନଥିଲେ। କରୋନା ମହାମାରୀ ଯୋଗୁ ଜି-୨୦ ଏବଂ ସିଓପୀ-୨୬ ଭଳି ସମ୍ମିଳନୀରେ ମଧ୍ୟ ସାମିଲ ହୋଇନଥିଲେ। କିନ୍ତୁ ଚଳିତ ବର୍ଷ ସେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହ ଜୁନ୍ ୧୬ରେ ଜିମ୍ବାୱେ ଗସ୍ତ କରିଥିଲେ।