ବିଜେପିରେ ସାମିଲ୍ ହେଲେ ଅମରୀଶ ତ୍ୟାଗି, ମୋଦୀଙ୍କୁ କଲେ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟିରେ ପାଦ ଥାପିଲେ ଜେଡ଼ିୟୁ ରାଷ୍ଟ୍ରିୟ ମହାସଚିବ କେସୀ ତ୍ୟାଗିଙ୍କ ପୁଅ ଅମରୀଶ ତ୍ୟାଗି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଡ଼ା ଦିନେଶ ଶର୍ମା ତାଙ୍କୁ ପାର୍ଟିର ସଦସ୍ୟତା ଦେଇଛନ୍ତି। ନୂଆ କରି ବିଜେପିରେ ଯୋଗଦେଇଥିବା ଅମରୀଶ ପୁର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଆମେରିକାର ପୁର୍ବ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ସମୟରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ତେବେ ଅମରୀଶ ବିଜେପିରେ ଯୋଗ କରିବା ପରେ ତାଙ୍କ ବାପା କେସୀ ତ୍ୟାଗି କହିଛନ୍ତି “ଆମ ପରିବାରରେ ଲୋକତାନ୍ତ୍ରିକ ବ୍ୟବସ୍ଥା ଅଛି ତେଣୁ ନିଜ ପସନ୍ଦ ଅନୁସାରେ ପାର୍ଟି ବାଛିବାର ସ୍ୱତନ୍ତ୍ରତା ରହିଛି”। ଅମରୀଶ ମଧ୍ୟ କହିଛନ୍ତି ତାଙ୍କ ପିତା ଗୋଟିଏ ଅଲଗା ଦଳର ହୋଇଥିବା ବେଳେ ମୁଁ ମଧ୍ୟ ବର୍ତ୍ତମାନ ବିଜେପିରେ ସାମିଲ୍ ହୋଇଛି। କାରଣ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ସରକାରଙ୍କ ନେତୃତ୍ୟ ମଧ୍ୟ ଖୁବ୍ ପ୍ରେରଣା ଦେଇଛି ତେଣୁ ମୁଁ ବିଜେପିରେ ସାମିଲ୍ ହେବାକୁ ନିଷ୍ପତି ନେଇଛି।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ପ୍ରଚାର ଓ ପ୍ରସାରରେ ଖୁବ୍ ଆଗରେ ରହିଛି। ତେଣୁ ଦଳ ଯାହା କାର୍ଯ୍ୟ ଦେବ ତାକୁ ହିଁ କରିବି ଅଲଗା କିଛି ଉଦ୍ଦେଶ୍ୟ ନାହିଁ।