ଘରୋଇ କଳି ପାଇଁ ନିଜ ୫ ଜଣ ଝିଅକୁ ଧରି କୂଅକୁ ଡ଼େଇଁ ପଡ଼ିଲା ମା’

ରାଜସ୍ଥାନ,ଏଜେନ୍ସି୍: ଘରୋଇ କଳି ପାଇଁ କୁଅକୁ ଡ଼େଇଁ ଆତ୍ମହତ୍ୟା କଲେ ମହିଳା। କେବଳ ସେ ଏକା ନୁହେଁ ତାଙ୍କ ସହିତ ୫ ଜଣ ଝିଅ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ରାଜସ୍ଥାନର କୋଟା ଅଞ୍ଚଳରେ।

ସୂଚନା ଅନୁସାରେ ସେଠାରେ ବାସ କରୁଥିବା ଶିବଲାଲ୍ ର ସ୍ତ୍ରୀ ବାଦାମୀ ଦେବୀ ଗତକାଲି ସକାଳେ ଏପରି ଘଟଣା ଘଟାଇଛନ୍ତି। ପ୍ରତିଦିନ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଜଣ ମାଡ଼ଗୋଳି ମଧ୍ୟ ଲାଗିଥିଲେ।

ସ୍ୱାମୀ ଶିବଲାଲର କହିବା ମୂତାବକ ସେ ଘରେ ନଥିବା ପରେ ଏପରି ନିଷ୍ପତି ନେଇଛନ୍ତି ସ୍ତ୍ରୀ। ସବୁଠାରୁ ବଡ଼ କଥା ହେଉଛି ୫ ଜଣ ଝିଅଙ୍କ ମଧ୍ୟରେ ୩ ଜଣ (ଅଞ୍ଜଳୀ, ମୀନା, ରୀନା) ବଞ୍ଚିଯାଇଛନ୍ତି। ତେବେ ଏହି ଘଟଣା ପୁଲିସ ପାଇବା ପରେ ଆସି ତଦନ୍ତ ଚଳାଇଛି।