ସର୍ଟ ସର୍କିଟରୁ ଅଗ୍ନିକାଣ୍ଡରେ ଜଳିଗଲା ୨ ମହଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ସୋର,ଏନ୍ଏନ୍ଏସ୍: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଆଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ମହଲା ଘର। ଫଳରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ପାଉଁଶ ହୋଇଯାଇଛି। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା କମରପୁର ସଂଗ୍ରାମ କେଶରୀ ମହାନ୍ତିଙ୍କ ଘରେ।

ସୂଚନା ଅନୁସାରେ, ସଂଗ୍ରାମ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ଘରେ କେହି ନଥିଲେ। ମାତ୍ର କୌଣସି କାରଣ ବଶତଃ ଘରେ ନିଆଁ ଲାଗିଯାଇଥିଲା। ପରଦିନ ସକାଳେ ଘର ଝକାରେ ନିଆଁ ଜଳୁଥିବାର ପଡୋଶୀ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।

ଖବର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିପଡିଛନ୍ତି। ଘରେ ତାଲା ପଡିଥିବାରୁ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ ତାଲା ଭାଙ୍ଗି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।