ପରମବୀର ସିଂହଙ୍କ ବିରୋଧରେ ୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ମହାରାଷ୍ଟ୍ରର ଗୋରେଗାଁଓରେ କଥିତ ଟଙ୍କା ଆଦାୟ ମାମଲାରେ ପରମବୀରଙ୍କ ସମେତ ସଚିବ ବାଜେ, ଅଲ୍ପେଶ ପଟେଲ ଓ ସୁମିତ ସିଂହଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। ଏନେଇ ସ୍ୱତନ୍ତ୍ର ଲୋକ ଅଭିଯୋଜକ ଓକିଲ ଶେଖର ଜଗତାପ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପରମବୀର ସିଂହ ଗତ ସପ୍ତାହରେ ଟଙ୍କା ଆଦାୟ ମାମଲାରେ ପୁଲିସ ସାମ୍ନାରେ ନିଜ ବୟାନ ରେକର୍ଡ କରିଥିଲେ। ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ୟୁନିଟ ୧୧ ଏସପ୍ଲେନେଡ କୋର୍ଟରେ ପରମବୀର ସିଂହଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବା ଜଣାପଡ଼ିଛି।