ମୁମ୍ବାଇ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ଘଟିଛି। କରୋନା ପରବର୍ତ୍ତୀ ଜଟିଳତା କାରଣରୁ ବିନୋଦଙ୍କୁ ଗତ ସପ୍ତାହରେ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ ସୂଚନା ପ୍ରଦାନ କରିଛନ୍ତି। ବିନୋଦଙ୍କ ଅନ୍ତିମ ସଂସ୍କାର କାଲି ଲୋଧୀ ଶ୍ମଶାନ ଘାଟରେ ହେବ ବୋଲି ଜଣାପଡ଼ିଛି।