ହରିପୁରରେ ଫାୟାରିଂ: ୩ ଆହତ

ଯାଜପୁର,ଏନ୍ଏନ୍ଏସ୍: କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରରେ ଫାୟାରିଂ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲୁଟ ଉଦ୍ୟମରେ ଆସି ଦୁର୍ବୃତ୍ତମାନେ ଜୁଏଲାରୀ ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି। ସେଠାରେ ୩ ଜଣଙ୍କ ଗୋଡରେ ଗୁଳି ବାଜିଛି। ସେମାନଙ୍କୁ ଯାଜପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳି ଚାଳନା ପରେ ମଧ୍ୟ ଦୁର୍ବୃତ୍ତମାନେ ସେଠାରେ କୌଣସି ଜିନିଷ ଲୁଟ କରିପାରିନଥିବା ସୂଚନା ରହିଛି। ପୁଲସି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।