ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିପାଇଁ ଡିଜିପି ଅଫିସର ବିନା ଅନୁମତିରେ ପରମବୀର ମୁମ୍ବାଇ ଛାଡ଼ି ଯାଇପାରିବେ ନାହିଁ। ଏଥିସହିତ ନିଲମ୍ବିତ ଥିବା ପର୍ଯ୍ୟନ୍ତ କୌଣସି ଘରୋଇ ସଂସ୍ଥା ଓ ବିଜନେସ ଟ୍ରେଡରେ କାମ କରିପାରିବେ ନାହିଁ। ଆଉ ଯଦି ସେ ଏପରି କରନ୍ତି ତେବେ ତାଙ୍କ ବିରୋଧରେ ବରଖାସ୍ତ ଅର୍ଡର ବାହାର କରାଯିବ।
ସୂଚନାଯୋଗ୍ୟ, ପରମବୀର ସିଂହଙ୍କ ଉପରେ ସର୍ଭିସ ନିୟମ ଉଲ୍ଲଂଘନର ଆରୋପ ଲାଗିଛି। ପରମବୀର ସିଂହ ଛୁଟି ସମାପ୍ତ ହେବା ପରେ ଚାକିରିରେ ଯୋଗ ଦେଇନଥିଲେ କି ଏମ୍ପର୍କରେ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟକୁ ଜଣାଇନଥିଲେ। ଗୃହ ମନ୍ତ୍ରଣାଳୟ ତାଙ୍କୁ ବହୁବାର ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସେ କୌଣସି ଜବାବ ଦେଇନଥିଲେ।