ନୂଆଦିଲ୍ଲୀ,ଏଜେନ୍ସି: ବିଗତ ୨ ବର୍ଷରେ କରୋନା ଭାଇରସ୍ ଅନେକ ସମୟରେ ନିଜର ରୂପ ପରିବର୍ତ୍ତନ କରିଛି। ଚୀନର ଉହାନ ସହରରୁ ବିଶ୍ବରେ ବ୍ୟାପିଥିବା କରୋନା ଏବେ ନୂଆ ନୂଆ ଭ୍ୟାରିଆଣ୍ଟ ମାଧ୍ୟମରେ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି। ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଏପର୍ଯ୍ୟନ୍ତ ୨୩ଟି ଦେଶରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଆଣ୍ଟ ସଂପର୍କରେ ଅଧିକ କିଛି ତଥ୍ୟ ସାମ୍ନାକୁ ଆସିପାରି ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂରା ବିଶ୍ବକୁ ସତର୍କ କରାଇଛି।
କୁହାଯାଇଛି ଯେ, ପୂରା ବିଶ୍ବରେ କରୋନା ମହାମାରୀକୁ ନେଇ ଏଭଳି ଏକ ଟ୍ରେଣ୍ଡ ହୋଇଛି, ଯେଉଁଠାରେ କି କେବଳ ମନ୍ଥର ଗତିରେ ଟିକାକରଣ ହେଉଛି। ସେହିଭଳି କରୋନା ଟେଷ୍ଟିଂ ମଧ୍ୟ କମ ହୋଇଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ ଏହି ଟ୍ରେଣ୍ଡ କରୋନାର ଏକାଧିକ ଭ୍ୟାରିଆଣ୍ଟକୁ ଅଧିକ ଶକ୍ତିଶାଳୀ କରିଦେଇଥାଏ। ଏଥି ସହିତ କୌଣସି ଦେଶରେ ସଂକ୍ରମଣ ବ୍ୟାପିବାକୁ ଅଧିକ ବିପଦ ସ୍ତରକୁ ନେଇଯିବାରେ ସହାୟକ ହୋଇଥାଏ। ଓମିକ୍ରନ୍ ଭ୍ୟାରିଆଣ୍ଟରୁ ବିଶ୍ବକୁ କେମିତି ସୁରକ୍ଷିତ ରଖାଯାଇପାରିବ। ଏହି ପ୍ରଶ୍ନ ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, କାହାରିକୁ କିଛି କରିବା ନାହିଁ। କରୋନାର କିଛି ଅସ୍ତ୍ର ପୂର୍ବରୁ ମହଜୁଦ ରହିଛି। କେବଳ ଠିକ ସମୟରେ ସଠିକ ଭାବରେ ଏହାର ବ୍ୟବହାର କରିବାର ଆବଶ୍ୟକତା ଅଛି।