କଶ୍ମୀର,ଏଜେନ୍ସି: ଜମ୍ମୁ କଶ୍ମରର ଖଗ ଅଞ୍ଚଳରେ ଖନନ କାର୍ଯ୍ୟ ହେଉଥିବା ବେଳେ ୧୩ ଶହ ବର୍ଷ ତଳର ଦୁର୍ଗା ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ମୂର୍ତ୍ତିରେ ଦୁର୍ଗା ମାତା ସିଂହ ପିଠିରେ ବସିଛନ୍ତି। ମୂର୍ତ୍ତିର ବାମ ହାତଟି ନାହିଁ। ଉଦ୍ଧାର ହୋଇଥିବା ମୂର୍ତ୍ତିକୁ ଅଭିଲେଖାଗାର, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗକୁ ହସ୍ତାନ୍ତର କରାଯାଇଛି।