ଭାରତରେ ଗୋଟିଏ ବି ଓମିକ୍ରୋନ ମାମଲା ସାମ୍ନାକୁ ଆସିନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ନୂଆ ଭେରିଏଣ୍ଟ ଓମିକ୍ରୋନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା ଏକ ବଡ଼ ସୂଚନା ଦେଇଛନ୍ତି। ସଂସଦର ଶୀତ ଅଧିବେସନରେ ରାଜ୍ୟସଭାରେ ମାଣ୍ଡଭୀୟା କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରୋନ ଭେରିଏଣ୍ଟର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ଓମିକ୍ରୋନକୁ ନେଇ ଏକ ଏଡଭାଇଜରୀ ଜାରି କରାଯାଇଛି। ସନ୍ଦେହ ଆଧାରରେ କୌଣସି ମାମଲା ଆସିବା ମାତ୍ରକେ ତୁରନ୍ତ ଯାଞ୍ଚ କରାଯାଉଛି ଏବଂ ରୋଗୀଙ୍କ ଜୀନୋମ ସିକ୍ୱେସିଙ୍ଗ କରାଯାଉଛି।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱ ଡେଲଟା ଭେରିଏଣ୍ଟର ତାଣ୍ଡବ ଦେଖି ସାରିଥିବାବେଳେ ଏବେ ଓମିକ୍ରୋନକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି। ଅନେକ ଦେଶର ଏହାର ବିପଦକୁ ଧ୍ୟାନରେ ରଖି ହାଇ ଆଲର୍ଟ ଜାରି କରାଯାଇଛି। ସମଗ୍ର ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଓମିକ୍ରୋନ ଭାଇରସ ଯୋଗୁ ସଂକ୍ରମିତ ହୋଇଛନ୍ତି।