ଦେବସ୍ଥାନମ ବୋର୍ଡ ଭାଙ୍ଗିଲେ ଉତ୍ତରାଖଣ୍ଡ ସରକାର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ସରକାର ଦେବସ୍ଥାନମ ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସରକାର ୪ ଧାମ ଦେବସ୍ଥାନମ ବୋର୍ଡ ବିଧେୟକକୁ ପ୍ରତ୍ୟାହାର କରିବାକୁ ନିର୍ଣ୍ଣୟ ନେଇଥିବା ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି।

ସୂଚନାଯୋଗ୍ୟ, ଦେବସ୍ଥାନମ ବୋର୍ଡ ଆଇନ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତଙ୍କ ସରକାର ଘୋଷଣା କରିଥିଲେ। ଏହି ବୋର୍ଡ ୪ ଧାମ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀଓ ଯମୁନେତ୍ରୀ ସହ ଜଡ଼ିତ ୫୧ ମନ୍ଦିରର ଦେଖାଶୁଣା କରିଥାଏ। କିନ୍ତୁ ଏହି ବୋର୍ଡ ଗଠନ ହେବା ସମୟରେ ପୁରୋହିତମାନେ ବିରୋଧ କରିଥିଲେ। ଏହି ବୋର୍ଡ ମନ୍ଦିର ଉପରେ ସେମାନଙ୍କ ପରମ୍ପରାଗତ ଅଧିକାରକୁ ଶେଷ କରିଥିବା ପୁରୋହିତମାନେ କହିଥିଲେ।