ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍ବାଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଟିଟିଲାଗଡ ୫୯ନଂ ଜାତୀୟ ରାଜପଥର ଚିତ୍ରାମୁଣ୍ଡା ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି ହୋଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ୍ ଗନ୍ଧରାବନ୍ଧ ପଞ୍ଚାୟତ ବରୋବାହାଲ ଗାଁ’ର ଚନ ପୁଟେଲଙ୍କ ପୁଅ ଧନେଶ୍ୱର ପୁଟେଲ(୨୧) ଓ ଗୋହିରାପଦର  ଗାଁ’ର ଘାସି ନାମକ ଜଣେ ଯୁବକଙ୍କ ସହ ଏକ ବାଇକରେ ଚିତ୍ରାମୁଣ୍ଡାରେ ଥିବା ଏକ ଢାବାରେ ଖାଇସାରି ବଙ୍ଗୋମୁଣ୍ଡା ଅଭିମୁଖେ  ଫେରୁଥିଲେ। ଏହି ସମୟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଯୁବକମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାକୁ ନେଇଥିବାବେଲେ ଧନେଶ୍ୱରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଡାକ୍ତରଖାନା ବୁର୍ଲାକୁ ସ୍ଥାନାନ୍ତର କରିଥିଲେ। ମାତ୍ର ତାଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି।