ପାରା ଅଲମ୍ପିକ ସ୍ୱର୍ଣ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝାରସୁଗୁଡ଼ାରେ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାର ବ୍ୟାଡମିଣ୍ଟନ କ୍ରୀଡ଼ା ସଂଘ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ପ୍ରମୋଦ ଝାରସୁଗୁଡ଼ାବାସୀ ଓ କ୍ରୀଡ଼ା ସଂଘକୁ ଧନ୍ୟବାଦ ଜଣାଇଥିଲେ। ଏହାସହ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ଖେଳାଳିମାନେ ନିଜର ଏକାଗ୍ରତା ଭଙ୍ଗ ନକରି ନିରନ୍ତର ପରିଶ୍ରମ ଏବଂ ଅଭ୍ୟାସ ଜାରି ରଖିଲେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ପ୍ରମୋଦ ନିଜ ଅଭିଭାଷଣରେ କହିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।