ମୟୂରଭଞ୍ଜ,ଏନ୍ଏନ୍ଏସ୍: ଏବେ ରାଜ୍ୟରେ ହାଉଜାଉ ହେଉଛି ଗଞ୍ଜେଇ ଏବଂ ବ୍ରାଉନ ସୁଗାର ଭଳି ନିଶା ସାମଗ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ ହୋଇଥିବା ଲକଡାଉନ୍ ପରଠାରୁ ଏମିତି ପ୍ରାୟ ଗୋଟିଏ ଦିନ ନାହିଁ ଯେଉଁଦିନ ରାଜ୍ୟରେ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଜବତ ହୋଇନାହିଁ। କେଉଁ ଦିନ କୋଟିଏ ଟଙ୍କାର ବ୍ରାଉନସୁଗାର ତ କେଉଁ ଦିନ କୁଇଣ୍ଟାଲ କୁଇଣ୍ଟା ଗଞ୍ଜେଇ ଜବତ କରାଯାଉଛି। ବରିପଦା ଟାଉନ ପୁଲିସ ଗତକାଲି ରାତିରେ ବସ୍ ଷ୍ଟାଣ୍ଡରୁ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ୩ ଜଣଙ୍କୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ମୁତାବକ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବରିପଦା ଟାଉନ ପୁଲିସର ଏକ ଟିମ୍ ଏକ ଗାଡି ଉପରେ ଚଢଉ କରିଥିଲା। ସେମାନେ ୩ ଜଣଙ୍କଠାରୁ ୨୧ କେଜି ଗଞ୍ଜେଇକୁ ଜବତ କରିଥିଲେ ଏବଂ ଏହି ତିନିଜଣଙ୍କୁ ଗିରଫ କରିଥିଲା। ୨୧ କେଜି ଓଜନର ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।